ସମ୍ବଲପୁର : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଚେତିଲେ ସରକାର । ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ ଆକ୍ସନ । ଛାତ୍ରୀ ନିର୍ଯ୍ୟତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ । ଏଜୁକେସନ ବିଭାଗର ଅଧ୍ୟାପକଙ୍କୁ ବାନ୍ଧିଛି ପୁଲିସ । ସୂଚନା ଅନୁଯାୟୀ, ୪ ମାସ ତଳେ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ତାଙ୍କୁ ଅସଦାଚରଣ କରିବା ସହିତ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମାତ୍ର ଏଫଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର । ଗୁରୁବାର ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ମହିଳା ଥାନା ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛି ।

Next Post