ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରି ସଦର ଥାନା ଅନ୍ତର୍ଗତ ସାରସପିଟା ଗ୍ରାମରେ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ । ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ପାଟଣାଗଡ ଥାନା ମରୁଆଁ ଗାଁର ରିଙ୍କୁ ନାଗ ବାଇକରେ ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଆଉ ଜଣେ ଅଭିଯୁକ୍ତ ହେଲେ ଲରମ୍ଭା ଥାନା ମାଲପଡା ଗାଁର ରାଜେଶ କୁମ୍ଭାର । ଉଭୟଙ୍କ ପାଖରୁ ଦୁଇଟି ବାଇକ ଓ ପାଖାପାଖି ୧୦ କେଜି ଗଞ୍ଜେଇ ଜବତ କରାଯାଇଛି । ଚଢାଉ ସମୟରେ ବିଭାଗର ଆଇସି ସରୋଜ ପରିଡା, ଏସ୍‌ଆଇ ମଞ୍ଜୁ ପ୍ରତିମା ଏକ୍କା, ରମାଂଶୁ ଷଡଙ୍ଗୀ, ଅଜିତ ସାହୁ ସାମିଲ ଥିଲେ ।

Leave A Reply

Your email address will not be published.