ବାହାର ରାଜ୍ୟକୁ ଚାଲାଣ ବେଳେ ଶ୍ରମିକ ଉଦ୍ଧାର : ୨ ସର୍ଦ୍ଦାର ଗିରଫ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ରାଜ୍ୟ ବାହାରକୁ ଚାଲାଣ ବେଳେ ମୁରିବାହାଲ ପୁଲିସ ଚଢାଉ କରି ଦୁଇଟି ପୃଥକ୍‌ ଘଟଣାରେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସହଯୋଗୀ ସର୍ଦ୍ଦାର ଟିକ୍ରାପଡାର ମକରଧ୍ୱଜ ଖର୍ସେଲ(୩୪) ଓ ସଇଁତଲା ଥାନା କୁମ୍ଭେକେଲା ଗାଁର ସର୍ଦ୍ଦାର ବଳଦେବ ବଗର୍ତ୍ତି(୪୫) । ପୁଲିସର ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଜାମପଡା ଅଞ୍ଚଳର ୫ ଜଣ ଶ୍ରମିକଙ୍କୁ ମକରଧ୍ୱଜ ନିଜ ଅଟୋରେ ରେଳ ଷ୍ଟେସନକୁ ନେଉଥିଲେ । ଏହି ସମୟରେ ପୁଲିସ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା । ସେହିପରି କୁମ୍ଭେକେଲା ଗାଁର ଶ୍ରମିକ ବଳରାମ ବଗର୍ତ୍ତି ୬ ଜଣ ଶ୍ରମିକଙ୍କୁ ଚାଲାଣ କରୁଥିଲେ । ଖବର ପାଇ ପୋଲିସ ଟିକ୍ରାପଡା-ଗୁଡିଘାଟ ରାସ୍ତାରେ ଚଢାଉ କରି ଉଦ୍ଧାର କରିଥିଲା । ଅପରପକ୍ଷରେ ଗିରଫ ମକରଧ୍ୱଜ ଓ ବଳଦେବଙ୍କୁ ପୋଲିସ କୋର୍ଟଚାଲାଣ କରିଥିଲା । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!