ବ୍ରାଉନସୁଗାର ଜବତ : ୧ ଗିରଫ

ସତ୍ୟବାଦୀ : ସତ୍ୟବାଦୀ ଥାନା ଅଧୀନ ଡୁଙ୍ଗରା ଛକ ଠାରେ ଅବକାରୀ ବିଭାଗ ଚଢ଼ାଉ କରି ୮୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ ମନରଞ୍ଜନ ସ୍ୱାଇଁ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮,୫୦,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ହେବ । ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲା । ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ସିଧେଶ୍ୱର ମଲ୍ଲିକ, ଏଏସଆଇ ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା, ପ୍ରଦୀପ୍ତ ପଣ୍ଡା, ସଂଜିପ ହସ୍ତୀ, ମିନତି ପରିଡା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.