ହନୁମାନପଡା ଛକଠାରୁ କଫ ସିରଫ ଜବତ : ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ପୋଲିସ ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ସହର ହନୁମାନପଡା ଛକଠାରେ ଜଣେ କଫ ସିରଫ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଠାରୁ ଗୋଟିଏ ଜାରରେ ୨୦ ଲିଟର ଅପମିଶ୍ରିତ ତରଳ ପଦାର୍ଥ, ୧୦ ବୋତଲ କଫ ସିରଫ, ଗୋଟିଏ ଷ୍ଟ୍ରିପ ନାଇଟ୍ରୋସେନ ଟେବଲେଟ ଜବତ କରିଥିଲେ । ଗିରଫ ଅଭିଯୁକ୍ତ ହେଲେ ପଦ୍ମପୁର ସହର ହନୁମାନପଡାର ବୁଲୁ ନାଥ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!