ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରୁ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ୯୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଜଣେ ମହିଳାଙ୍କଠାରୁ ଏହା ଜବତ ହୋଇଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶରେ ସଦର ରେଞ୍ଜ ଅବକାରୀ ଥାନା ଅଧିକାରିଣୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ କୋଣାର୍କ ବସ୍ଷ୍ଟାଣ୍ଡରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଲଭ ଶୌଚାଳୟ ସାମ୍ନାରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ମଞ୍ଜୁଲତାଙ୍କ ଠାରୁ ୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଅବକାରୀ ଥାନାରେ କେଶ ନଂ ୩୬/୨୨ରେ ମାମଲା ରୁଜୁ କରାଯାଇ ମଞ୍ଜୁଲତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହି ଚଢ଼ଉରେ ଅବକାରୀ ଉପନିରୀକ୍ଷକ ବିନୋଦ ବାସ୍କେ, ପ୍ରବୀଣ ବିରାଜ କିରୋ, ସଞ୍ଜିପ ହସ୍ତୀ, ଦୀନବନ୍ଧୁ ବାରିକ, ଶେଖ ୱାରିସ ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ଥିଲେ ।

Prev Post