ବିପୁଳ ପରିମାଣର ମଦ ଜବତ ଓ ମହୁଲ ପୋଚ ନଷ୍ଟ : ଜଣେ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଚିନାମାଳିପଶି ଗ୍ରାମର ଏକ ଚୋରା ମଦଭାଟି ଉପରେ ଚଢାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଚଢାଉ ସମୟରେ ମଦ ବେପାରୀ ମଦ ଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ସେଠାରେ ଗଚ୍ଛିତ ଥିବା ୬୩୦ କେଜି ମହୁଲ ପୋଚ ଅବକାରୀ ବିଭାଗ ନଷ୍ଟ କରି ସେଠାରୁ ୪୦ ଲିଟର ମହୁଲି ମଦ ଜବତ କରିଛି । ସେହିପରି ମିରିଗିଖୋଜି ଗ୍ରାମରେ ଚଢ଼ାଉ କରି ବଳରାମ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୯ ଲିଟର ମହୁଲି ମଦ ଜବତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

Leave A Reply

Your email address will not be published.