ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

  • ସୁସ୍ଥ ବଜ୍ରକାପ୍ତା କୁ ନନ୍ଦନକାନନ ପଠାଯିବ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ଅଧିନ କେରାଣ୍ଡି ଖୁଣ୍ଟିଠାରେ ଗତ ଶନିବାର ରାତିରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଏହି ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର କୁମାରଙ୍କୁ ପଚରାଉଚରା ପରେ ଘୋଡ଼ାବନ୍ଦ ଗାଁର ଭିକାରୀ କଠାରଙ୍କ ନା କହିଥିଲେ । ପରେ ନର୍ଲା ବନବିଭାଗ ପକ୍ଷରୁ ଉକ୍ତ ଗାଁକୁ ଯାଇ ଅଭିଯୁକ୍ତ କଠାରଙ୍କୁ ତାଙ୍କ ଘରୁ ଗିରଫ କରି କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ନର୍ଲା ବନବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ପାଲ ସୂଚନା ଦେଇଛନ୍ତି । ଏହା ସହିତ ଏହି ଘଟଣାରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ବଜ୍ରକାପ୍ତାର ଚିକିତ୍ସା ପରେ ସୁସ୍ଥ ରହିଛି ଏବଂ ବଜ୍ରକାପ୍ତାକୁ ନନ୍ଦନ କାନନକୁ ପଠାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.