ବେଆଇନ ମଦ ଦୋକାନରେ ଅବକାରୀ ବିଭାଗର ଚଢ଼ାଉ : ଜଣେ ଗିରଫ, କୋର୍ଟ ଚାଲାଣ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅବକାରୀ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଗାଁରେ ଚଡାଉ କରାଯାଇଛି । ଏହି ଚଢ଼ାଉରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ନେଇ ଜଣେ ମଦ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ବୃନ୍ଦାବାହାଲ ଗାଁର ଲକ୍ଷ୍ମଣ ଗୌଡ଼ । ଅଭିଯୁକ୍ତ ଲକ୍ଷ୍ମଣଙ୍କ ଠାରୁ ସମୁଦାୟ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏନେଇ ଅବକାରୀ ବିଭାଗ ତରଫରୁ ଅବକାରୀ ଥାନା କେଶ ନମ୍ବର ୧୪୯ /୨୫ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଅବକାରୀ ଅଧିକାରୀ ପ୍ରତିମା ବେହେରା ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ଅଧିକାରିଣୀ ପ୍ରତିମା ବେହେରା, ଭୁଜବଳ ପଟେଲ, କର୍ଣ୍ଣ ବାଗ, ଯଶୋବନ୍ତି ଭୋଇ ଏବଂ ୩ ଜଣ ଅବକାରୀ କନେଷ୍ଟବଳ ସାମିଲ ଥିଲେ ।

Leave A Reply

Your email address will not be published.