ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୋନପୁର ପୋଲିସ ହରଡଖୋଲ ଫାଣ୍ଡି ପକ୍ଷରୁ ଫାଣ୍ଡି ଅଧିକାରୀ ରାଜ କିଶୋର ବାରିକଙ୍କ ନେତୃତ୍ୱରେ ଏକ ଟିମ୍ ସକାଳୁ ପେଟ୍ରୋଲିଂ କରୁଥିବା ବେଳେ ସୋନପୁର – ବୁର୍ଡା ରାସ୍ତାର ଅର୍ଜୁନପୁର- ବିଶିମୁଣ୍ଡା ମଝିରେ ଏକ ପଲସର୍ ବାଇକ ନଂ ସିଜି୦୬ଜି ୬୧୧୨ରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ସନ୍ଦେହରେ ଅଟକାଇ ଥିଲେ । ସେମାନେ ପାଖରେ ରଖିଥିବା ଏକ ବସ୍ତାକୁ ଯାଞ୍ଚ କରିବାରୁ ସେଥିରେ ଚୋରା ଗଞ୍ଜେଇ ଥିବା ଦେଖି ଯୁବକ ଦ୍ୱୟକୁ ଅଟକ ରଖିଥିଲେ । ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ସୋନପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ୯ କେଜି ୨୦୦ ଗ୍ରାମ ହୋଇଥିଲା । ପରେ ଯୁବକ ଦ୍ୱୟ ଛତିଶଗଡ ମହସମୁନ୍ଦ ଜିଲ୍ଲା ଶଙ୍କରା ଥାନା ଅଞ୍ଚଳର ବିକାଶ ବିଶାଲ (୨୨) ଓ କଶୋଦଲ ଥାନା ଅଞ୍ଚଳର ନିଖିଲ ସାହୁ (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ପଲସର୍ ବାଇକକୁ ଜବତ କରିଥିଲେ । ଏ ନେଇ କେସ ନଂ ୨୯୪/୨୫ୟୁ/ଏସ୍ ୨୦(ବି)(ii)(ବି)/୨୯ ଏନଡିପିଏସ ଆକ୍ଟ୍ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ରାଜକିଶୋର ବାରିକ ସୂଚନା ଦେଇଛନ୍ତି ।