ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ବାହାବଲ ଗ୍ରାମର ଟିକେଶ୍ୱର ମେହେରଙ୍କୁ ଖପ୍ରାଖୋଲ ପୋଲିସ ଦେଶୀ ରନ୍ଧା ମଦ ସହ ଗିରଫ କରିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପୋଲିସ ସୋମବାର ସନ୍ଧ୍ୟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଦେଶୀ ରନ୍ଧା ମଦ ବିକ୍ରୀ କରୁଥିବା ଦେଖିବାକୁ ପାଇଥିଲେ । ଅଭିଯୁକ୍ତ ଟିକେଶ୍ୱର ମେହେରଙ୍କ ନିକଟରୁ ୨୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ଏଚ୍ଏଫ୍ ଡିଲକ୍ସ ବାଇକ୍ ଜବତ୍ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ୍ ନଂ.୨୩୦/୨୦୨୫ରେ (୫୨) (ଏ) ଓଡିଶା ଅବକାରୀ ଅଧିନିୟମ ଅନୁଯାୟୀ ମାମଲା ରଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ, ଏହି ଅଭିଯାନ ପୋଲିସ ପକ୍ଷରୁ ହେଉଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ, ଅବକାରୀ ବିଭାଗର କାମ ପୋଲିସ ହାତେ ହେଉଛି ଓ ଅବକାରୀ ବିଭାଗ ଏନେଇ ଚୁପ୍ ରହିଛି । ସ୍ଥାନୀୟ ମହଲ୍ର ମତ, ଅଞ୍ଚଳରେ ଅବୈଧ ମଦ ବ୍ୟବସାୟ ରୋକିବା ପାଇଁ ପୋଲିସ ଯେପରି ତତ୍ପର ହୋଇଛି, ସେପରି ଏକ୍ସାଇଜ୍ ବିଭାଗ ମଧ୍ୟ ଅଗ୍ରସର ହେବା ଆବଶ୍ୟକ ।
Prev Post