
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କି.ମି ଦୂରରେ ଥିବା ଏକ ଗାଆଁ ଛତ୍ରପୁର ବ୍ଲକ ପଞ୍ଚାୟତ ବଡ଼ ଆର୍ଜିପଲ୍ଲୀ ଗାଁରୁ ଜଣେ ଦଶମ ଫେଲ କ୍ୱାକ୍ ଡାକ୍ତର ବୁଧବାର ଗିରଫ ହୋଇଛନ୍ତି । ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ୍ ସରକାର । ତାଙ୍କୁ ଆର୍ଜିପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଗିରଫ କରିବା ସାଂଗକୁ ତାଙ୍କ କ୍ଲିନିକରୁ ସମସ୍ତ ପ୍ରକାର ଔଷଧ ଏବଂ ବିଭିନ୍ନ ସାମଗ୍ରୀ ପୋଲିସ ଜବତ କରିଛି । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦୀର୍ଘ ଦେଢ ବର୍ଷ ହେଲା ସେଠାରେ କ୍ଲିନିକ କରି ବିନା ଲାଇସେନ୍ସରେ ଲୋକଙ୍କୁ ଚିକିତ୍ସା କରି ଆସୁଥିଲେ । ସୋମବାର ଗାଁରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ଏପରିକି ରୋଗ ବ୍ୟାପୁଥିବା ଘଟଣା ପଦାକୁ ଆସିଥିଲା । ଅନ୍ୟପକ୍ଷେ ସାମୁଦ୍ରିକ ଥାନା ପୋଲିସ ଚଢ଼ାଉ କରି ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।