ଦୁଇ ଫେରାର ଆସାମୀ ୱାରେଣ୍ଟ ବଳରେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଦୁର୍ଗାପଙ୍ଗା ଗ୍ରାମର ନରସିଂହ ବଣିଆ ଜିଆର୍‌ କେସ୍‌ ନଂ.୨୧୪/୦୮ ପ୍ରକାରେ ଏବଂ ସୁବର୍ଣ୍ଣଗିରି ଗ୍ରାମର ଆନନ୍ଦ ଚନ୍ଦ୍ର ବେରୁକ ଓରଫ ଟୁନା କେସ୍‌ ନଂ.୩୭/୧୪ ପ୍ରକାରେ ବୈବାହିକ ଜୀବନରେ ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ରହି ଦୀର୍ଘ ଦିନ ହେଲା କୋର୍ଟରେ ହାଜର ନହୋଇ ଫେରାର ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ଏହି ଦୁଇଜଣକୁ କୋଟଗଡ ପୁଲିସ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ରାଉଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.