୮ଟି କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮ଟି ବଡ଼ ବଡ଼ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ବନ ବିଭାଗ । ଗତ ୧୪ ତାରିଖ ପ୍ରାୟ ଦିନ ୨ଟା ସମୟରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ୧୦୯.୫ ଘନଫୁଟ ମାପର ୮ଟି ନିମ୍ବ, ଜାମୁନ୍, ତେନ୍ତୁଳି ଏବଂ ଖିନ୍ ଗଣ୍ଡି ବୋଝେଇ ହୋଇଥିବା ଏକ ଟ୍ରାକ୍ଟରକୁ ଜବତ୍‌ କରିବା ସହ ଏକ ବାଇକ୍‌କୁ ସୁନ୍ଦରୀଭନା ଗ୍ରାମ ନିକଟରେ ଜବତ୍‌ କରିଥିଲେ । ଏହି ମାମଲାର ଦୁଇ ଅଭିଯୁକ୍ତ ଦେବରାଜ ଥନାପତି ଏବଂ ଦ୍ୱିତୀକୃଷ୍ଣ ଥନାପତିଙ୍କୁ ମଧ୍ୟ ଗିରଫ କରାଯାଇଥିବା କୁହାଯାଇଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଅଧିକ ଅନୁସନ୍ଧାନ ଜାରି ରହିଛି । ରେଞ୍ଜ ଅଧିକାରୀ କେଶବ କିଶୋର ନାୟକଙ୍କ ନେତୃତ୍ୱରେ ଡେପୁଟି ରେଞ୍ଜର ସୁନୀଲ କୁମାର ମିଶ୍ର, ଫରେଷ୍ଟର ବ୍ୟାସଦେବ ସାହୁ, ଫରେଷ୍ଟ ଗାର୍ଡ ଅଶୋକ ସେଠ, ରଞ୍ଜିତ କୁମ୍ଭାର ଏବଂ ବଲାଙ୍ଗିର ରେଞ୍ଜର ପାରା ଷ୍ଟାଫ୍ ଏହି ଚଢାଉରେ ସାମିଲ୍‌ ଥିଲେ ।

jittmm
Leave A Reply

Your email address will not be published.