ଗଞ୍ଜେଇ ଚାଲାଣ ବେଳେ ଧରିଲା ପଦ୍ମପୁର ଅବକାରୀ ବିଭାଗ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଞ୍ଜେଇ ଚାଲାଣ ବେଳେ ଧରିଲା ପଦ୍ମପୁର ଅବକାରୀ ବିଭାଗ । ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ତତ୍ୱାବଧାନରେ ଗାଇସିଲେଟରୁ ପଦ୍ମପୁର ଆସୁଥିବା ଏକ ସେଲେରିଓ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ୨୨ କେଜି ଗଞ୍ଜେଇ ଧରିଥିଲା ପଦ୍ମପୁର ଅବକାରୀ ବିଭାଗ । ବିନା ନମ୍ବର ପ୍ଲେଟ୍‌ର ଗାଡି ସହ ଗାଡିରେ ଥିବା ୩ ଜଣଙ୍କୁ ମଧ୍ୟ ଗିରଫ ସହ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ତେବେ ଏହି ଗଞ୍ଜେଇ କେଉଁ ଠାରୁ ଆସୁଥିଲା ଏବଂ କାହା ପାଖକୁ ଆସୁଥିଲା ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ପଦ୍ମପୁର ଅବକାରୀ ବିଭାଗ ଅଧିକାରୀ ଏଚ. ଜଗା ରାଓ ।

Leave A Reply

Your email address will not be published.