୧୩ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୨ ଗିରଫ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ବ୍ରାହ୍ମଣୀ ବିଲେଇ ଛକ ନିକଟରୁ ୧୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ସହ ଦୁଇଟି ବାଇକ୍‌କୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ବାଉଁଶୁଣୀ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଘିଅପଡା ଗ୍ରାମ ପଞ୍ଚାୟତ ବବଡା ଗ୍ରାମର ଧିରଜ କଂହର, କରୁଣାକର ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେମାନେ ବାଇକ୍‌ ଯୋଗେ ସମ୍ୱଲପୁରକୁ ଚାଲାଣ ପାଇଁ ଯାଉଥିବା ବେଳେ ଶୁକ୍ରବାର ବାଉଁଶୁଣି ପୁଲିସ କୌଣସି ସୂତ୍ରରୁ ଖବର ପାଇ ମାଡି ବସିଥିଲା । ପୁଲିସ ଗତକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବାଉଁଶୁଣି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏ ନେଇ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!