om academy

ଶାସ୍ତ୍ରୀ ନଗରପଡାର ମରଣାନ୍ତକ ଆକ୍ରମଣ ଘଟଣାରେ ଆକ୍ରମଣକାରୀ ସୁନୀଲ ଗିରଫ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୫ ତାରିଖ ଦିନ ବଲାଙ୍ଗିର ସହରର ଶାସ୍ତ୍ରୀ ନଗର ପଡା ଠାରେ ଘରକୁ ପଶି ଭବାନୀ ଦୀପ ଓ ତାଙ୍କ ପତ୍ନୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେଏହି ଘଟଣାକୁ ବଲାଙ୍ଗିର ପୋଲିସ ବିଷେଷ ଗୁରୁତ୍ୱ ଦେଇଛି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବବୁଲୁ ମହାନନ୍ଦ ନିଜେ ସଇଁନ୍ତଲା କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଏହି ଘଟଣାର ଅନ୍ୟ ଏକ ଅଭିଯୁକ୍ତ ସୁନୀଲ ସ୍ଵାଇଁ(୨୮)କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଘଟଣାକୁ ନେଇ ତା ୧୫.୦୧.୨୦୨୩ ରିଖ ରାତ୍ର ୯ ଘଣ୍ଟା ସମୟରେ ଅକ୍ରମଣର ଶିକାର ହୋଇଥିବା ଭବାନୀ ଦୀପଙ୍କ ପତ୍ନୀ ଯଶୋବନ୍ତୀ ଦୀପ(୩୫) ଟାଉନ ଥାନାରେ ଅଭିଯୋଗ କରିଥିବା ବେଳେ ଟାଉନ ଥାନା କେସ ନ-୨୮ ତା.୧୫.୦୧.୨୦୨୩ ରିଖ ଦଫା-୧୪୭/୧୪୮/୩୦୭/୩୫୪/୩୯୫/୧୪୯ ଭା.ଦ.ଆରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବିଭୁତି ପଡାର ସୁନୀଲ ସ୍ଵାଇଁ(୨୮)କୁ ଆଜି ଗିରଫ କରିବା ସହ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.