jayashree

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପ୍ପୁରମ କମ୍ପାନୀର ୨ ଅଧିକାରୀ ଗିରଫ

ଫୁଲବାଣୀ : ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ୨ ଅଧିକାରୀ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ । ୭୦ ଲକ୍ଷ ୮୭ ହଜାର ୮୭୨ ଟଙ୍କା ଋଣ ଦେଇଥିବା ଅଭିଯୋଗରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶାଖା ପରିଚାଳକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସହକାରୀ ଶାଖା ପରିଚାଳକ ଅଶ୍ରୁମୋଚନ ବିଶ୍ୱାଳ । ନକଲି ସୁନା ବନ୍ଧକ ରଖି ଋଣ ନେଇଥିବା ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ କୁମାର ସେନାପତି ହୋଇଥିବା ବେଳେ ସେ ଫେରାର ଅଛନ୍ତି । ଫୁଲବାଣୀ ଟାଉନ ଥାନା ଆଇଆଇସି ଅଶୋକ କୁମାର ଗିରିଙ୍କ ସୂଚନା ଅନୁଯାୟୀ, ଗତ ଜାନୁଆରୀ ୩ ତାରିଖରେ ଅଡିଟ୍ ବେଳେ ଏହି ଠକେଇ ସାମ୍ନାକୁ ଆସିଥିଲା । ଏହା ପରେ ଅଡିଟ ଟିମ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଏରିଆ ମ୍ୟାନେଜର ଶୁଭାଶିଷ ଦାସ ଗତ ୯ ତାରିଖରେ ଠକେଇ ସମ୍ପର୍କରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ଏହି ଗିରଫଦାରୀ କରାଯାଇଛି । ବୁଧବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.