ବିଜାଖମନଠାରେ ଲୁଟ୍‌ ଘଟଣା, ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜାଖମନଠାରେ ହୋଇଥିବା ଲୁଟ୍‌ ଘଟଣାରେ ବଲାଙ୍ଗିର ଟାଉନ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ସଇଁତଲା ଥାନା ଅନ୍ତର୍ଗତ ସଇଁତଲାର ଆଦିତ୍ୟ ଠାକୁର ଗୋଟିଏ ଫାଇନାନ୍ସ କମ୍ପାନୀରେ ଚାକିରି କରନ୍ତି । ଗତ ୧୫ ତାରିଖ ଦିନ ଟଙ୍କା ଡିପୋଜିଟ କରି ଫେରିବା ସମୟରେ ବିଜାଖମନ ବ୍ରିଜଠାରେ ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରି ତାଙ୍କଠାରୁ ହେଲମେଟ୍‌ ନେଇ ଫେରାର ମାରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରିଥିଲା । ତେବେ ଏ ଦିଗରେ ପୋଲିସ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.