ଟିଟିଲାଗଡ ହାଟପଦା ଦୈନିକ ବଜାରରୁ ବାରମ୍ବାର ବାଇକ୍ ଚୋରି : ଚୋରଙ୍କୁ ଗିରଫ ଦାବୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦାପଡ଼ା ଦୈନିକ ବଜାରକୁ ସବୁ ଦିନ ଶହ ଶହ ଚାଷୀମାନେ ନିଜର ପନିପରିବା ବିକ୍ରି କରିବା ପାଇଁ ଆସନ୍ତି । ପାର୍କିଂ ସ୍ଥଳ ନଥିବା ଯୋଗୁଁ ଯିଏ ଯେଉଁଠି ପାରିଲା ଗାଡ଼ିକୁ ରଖି ପରିବା ବିକ୍ରି କରିବାକୁ ଯିବା ବେଳକୁ ଏହାର ଫାଇଦା ଉଠାଇ ଗାଡି ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଗୁରୁବାର ପାହାନ୍ତିଆରୁ ମାକରିପଡ଼ାରୁ ଜଣେ ଚାଷୀ ବିକ୍ରମ ପୁଟେଲ ଜଣେ ସାଙ୍ଗଙ୍କ ଟିଭିଏସ୍‌ ଏକ୍ସଏଲ୍‌ ସୁପର ଗାଡ଼ି ଧରି ହାଟପଦାପଡ଼ା ଦୈନିକ ବଜାରକୁ ଆସିଥିବା ବେଳେ କିଛି ସମୟ ପରେ ତାଙ୍କ ଗାଡ଼ି ଆଉ ସେଠାରେ ନଥିଲା । ତେବେ ସେଠାରେ ଲାଗିଥିବା ସିସି ଟିଭିରୁ ଜଣେ ବ୍ୟକ୍ତି ସେହି ଗାଡ଼ି ନେଇକି ଯାଉଥିବା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ମଧ୍ୟ ଆହୁରି ଦୁଇଟି ବାଇକ୍ ଚୋରି ହୋଇଥିବା ଶୁଣିବାକୁ ମିଳୁଛି । ତେବେ ବଜାର ଭିତର ପଟେ ପାର୍କିଂ ବ୍ୟବସ୍ଥା ନ ଥିବା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏ ଦିଗରେ ପୋଲିସ ପକ୍ଷରୁ ଏହି ଚୋର ରାକେଟକୁ ଧରିବାକୁ ବ୍ୟବସାୟୀ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.