ଟଂକା ହେରଫେର ମାମଲାରେ ଶାଖା ପରିଚାଳକ ଗିରଫ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଫିଉଜନ ମାଇକ୍ରୋଫାଇନାନ୍ସ ସଂସ୍ଥାର ସିନାପାଲି ଶାଖା ପରିଚାଳକ ଦିଳ୍ଳିପ କୁମାର ଜେନା ୨ କୋଟିରୁ ଅଧିକ ଟଂକା ହେରଫେର କରିଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଳାଣ କରାଯାଇଛି । ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲା ସଦର ଥାନା ବଡପଡା ଗ୍ରାମର ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ, ଫିଉଜନ ମାଇକ୍ରୋଫାଇନାନ୍ସ ସଂସ୍ଥାର ଏରିଆ ମେନେଜର ନୁଆପଡା ଜିଲ୍ଲା ଅନୁଜ କୁମାର ନାଏକ ଗତ ୧୫ ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସିନାପାଲି ଥାନାରେ ଏକ ମାମଲା ରୁଜୁ କରିଥିବା ବେଲେ ଖଡିଆଲ ଏସ୍‌ଡିପିଓ ଅରୁପ ଅଭିଶେକ ବେହେରା କେସ ତଦନ୍ତ ଭାର ନେଇ ତଦନ୍ତ ଆରମ୍ଭ କରିଥିଲେ । ଏସ୍‌ଡିପିଓ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଭୁବନେଶ୍ୱରଠାରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଳାଣ କରାଯାଇଛି । ଅଭଯୁକ୍ତଙ୍କ ବେଲ ନାମଂନଜୁର ହେବାରୁ ଖଡିଆଲ ଉପକାରାଗାରକୁ ପଠାଇ ଦିଆଯାଇଥିବା ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଟିମ୍‌ରେ ସିନାପାଲି ଥାନା ଏଏସ୍‌ଆଇ ପ୍ରଭାକର, କନେଷ୍ଟେବଲ ଉପେନ୍ଦ୍ର ଠେଲା ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.