om academy

ବିଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ଦୁଇ ଗିରଫ

jsm

କାଶୀପୁର : କାଶୀପୁର ଥାନା ପୁଲିସ ଗତକାଲି ବିଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣକୁ ଗିରଫ କରିବା ସହ ବାଇକ୍‌ ଓ ୪୩ ଲିଟର ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଥାନା ଅଧିକାରୀ ପଦ୍ମା ମୁଥୁଙ୍କ ନିର୍ଦ୍ଦେଶରେ ଏସଆଇ ଗାୟତ୍ରୀ ବୁରୁଦା ଏବଂ ପୁଲିସ ସ୍କୋୱାର୍ଡ଼ ବ୍ଲକ କଲୋନୀ ଛକରେ ଗାଡ଼ି ମଟର ଯାଞ୍ଚ ବେଳେ ବିଦେଶୀ ମଦ ବୋଝେଇ ବାଇକ ଧରା ପଡିଥିଲା । ମଦ ଚାଲାଣ ନେଇ ଆବଶ୍ୟକ କାଗଜ ପତ୍ର ନଥିବାରୁ ପୁଲିସ ୬୫୦ ଏମଏଲର ୪୦ଟି ଏବଂ ୫୦୦ ଏମଏଲର ୨୪ କିଙ୍ଗ ଫିସର ବିଅର ସହ ବ୍ୟବହୃତ ବାଇକକୁ ଜବତ କରିଥିବା ଜଣାଯାଇଛି । ସେହିପରି ଚୋରା ଚାଲାଣ ଅଭିଯୋଗରେ ବିହାର ଅଞ୍ଚଳର ଉଦୟ ସିଂ ଏବଂ ପ୍ରମୋଦ ରାୟଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କାଶୀପୁର ସ୍ଥିତ ଏକ ବିଦେଶୀ ମଦର କର୍ମଚାରୀ ବୋଲି ଜଣାଯାଇଛି । ଦୁଇ କର୍ମଚାରୀ ବାଇକ୍‌ରେ ମଦ ନେଇ ବିଭିନ୍ନ ଗ୍ରାମର ବିକ୍ରେତାଙ୍କ ନିକଟକୁ ପହଞ୍ଚାଉ ଥିବାର ଜଣାଯାଇଛି ।

Leave A Reply

Your email address will not be published.