oom

ବଲାଙ୍ଗିର ପୋଲିସର ବଡ଼ ଖୁଲାସା : ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ କଲା ଗିରଫ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ବଡ଼ ଖୁଲାସା । ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋଦ୍‌ ଆଇଜି ହିମାଂଶୁ ଲାଲ୍‌ ଓ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ବୋକାରୋ ଷ୍ଟିଲ୍‌ ସିଟିର ଆଶୁତୋଷ ଗୌତମ ଓରଫ୍‌ ବବ୍‌ଲୁ(୪୮), ଗୌରବ କୁମାର(୨୮), ଚନ୍ଦନ କୁମାର(୩୬), କୌଶଲ କୁମାର ଓରଫ୍‌ କୌଶଲ ବିହାରୀ(୨୯), ବିହାର ଔରଙ୍ଗାବାଦର ବାଦଲ କୁମାର(୨୦), ପପୁ ଓରଫ୍‌ ରାଜୀବ ଗୌତମ(୪୩), ଦେବା ଓରଫ୍‌ ବିଶାଲ କୁମାର(୨୩) ଓ ବଲାଙ୍ଗିର ପ୍ରତାପସାଗରପଡ଼ା ନିବାସୀ ଡବ୍‌ଲୁ ଓରଫ୍‌ ରାଜେନ୍ଦ୍ର ସେଠ(୩୧) । ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ଦିନ ପୁଇଁତଲା ବ୍ଲକ୍‌ ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରୁ ୩ ଜଣ ଯୁବକ ଯୁବତୀ ଜାଭେଦ୍‌ ଓ ପଲକ୍‌ଙ୍କ ଗଳା କଟାଯାଇଥିବା ମୃତଦେହ ଉଦ୍ଧାର କରିଥିଲା ବଲାଙ୍ଗିର ପୋଲିସ । ଏହି ଘଟଣାକୁ ନେଇ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ନିଜ ପୋଲିସ ଟିମ୍‌ ସହ ଘମାଘୋଟ୍‌ ତଦନ୍ତ ଆରମ୍ଭ କରି ଦେଇଥିଲେ । ୫ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରି ଝାରଖଣ୍ଡ ରାଜ୍ୟ ସହ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ଶେଷରେ ଅଭିଯୁକ୍ତମାନଙ୍କୁ ଠାବ କରିବାରେ ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ବଲାଙ୍ଗିର ଏସ୍‌ପିଙ୍କ ସୂଚନା ଅନୁସାରେ ମୃତ ଯୁବକ ମହମ୍ମଦ ଜାଭେଦ୍‌ ଓ ଯୁବତୀ ପଲକ ମିଶ୍ରା ବୋକାରୋ ନିବାସୀ ହୋଇଥିବା ବେଳେ ଯୁବକ ଜାଭେଦଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଠକେଇ, ଡକାୟତି, ଭୟ ଦେଖାଇବା, ହତ୍ୟା ପାଇଁ ଚେଷ୍ଟା କରିବା ଭଳି ଅନେକ ମାମଲା ବିଚାରାଧୀନ ରହିଛି । ଜାଭେଦ ବୋକାରୋ ସହରରେ ପ୍ରମୁଖ ଅଭିଯୁକ୍ତ ବବ୍‌ଲୁ କିଲ୍ଲୋ ବିଲଡର୍‌ ଏବଂ ଜମି କାରବାର ସହ ସାମିଲ୍‌ ଥିବା ଏକ ଅପରାଧିକ ଗୋଷ୍ଠୀରେ ସଂପୃକ୍ତ ଥିଲେ । ସ୍ଥାନୀୟ ଲୋକଙ୍କୁ ବାଧ୍ୟ କରି ତାଙ୍କ ଜମି ହଡ଼ପ୍‌ କରୁଥିଲେ । ସେଥିପାଇଁ ବବ୍‌ଲୁ ମୃତକ ଜାଭେଦକୁ ୬ ମାସ ତଳେ ୭ ଲକ୍ଷ ଟଙ୍କା ଉଧାର ଦେଇଥିଲେ, ଯାହା ଜାଭେଦ୍‌ ଫେରସ୍ତ କରିନଥିଲେ ଏବଂ ଯେତେବେଳେ ଫେରସ୍ତ କରିବାକୁ ସେ ଅସ୍ୱୀକାର କରିଥିଲେ, ଏହି ଘଟଣାର ଅଭିଯୁକ୍ତ ବବ୍‌ଲୁ ଏବଂ ତାଙ୍କ ସହଯୋଗୀମାନେ ମିଶି ଜାଭେଦ୍‌ ଓ ପଲକ୍‌କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଏହାପରେ ଗତ ୨୩ ତାରିଖ ରାତି ୧୧ଟାରେ ବବ୍‌ଲୁ ନିଜ ସହଯୋଗୀଙ୍କ ସହ ବଲାଙ୍ଗିର ଆସି ମୃତକଙ୍କ ଭଡ଼ା ଘରକୁ ପହଂଚିଥିଲେ ଓ ଜାଭେଦ ଏବଂ ପଲକଙ୍କୁ ନିର୍ଯ୍ୟାତନା ଦେବା ସହ ସେମାନଙ୍କ ମୁହଁରେ ପଟି ଲଗାଇ ଏକ ଭେର୍ଣ୍ଣା ଗାଡ଼ିରେ ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲକୁ ନେଇ ତଂଟିକାଟି ହତ୍ୟା କରିଥିଲେ । ତେବେ ଏହି ଘଟଣାରେ ବ୍ୟବହୃତ ଛୁରି, ବନ୍ଧୁକ, ମୋବାଇଲ୍‌ ଫୋନ୍‌ ତଥା ଭେର୍ଣ୍ଣା ଗାଡ଼ି ଜବତ୍‌ କରିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.