୮ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ପାଟଣାଗଡ଼ : ପାଟଣାଗଡ଼ ଧୁମାଭଟା ଛକ ନିକଟରେ ଗଞ୍ଜେଇ ଚୋର ଚାଲାଣ । ୮ କେଜି ଗଞ୍ଜେଇ ଓ ଗୋଟିଏ ବାଇକ୍‌ ଜବତ କରିଥିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତମାନେ ବେଲପଡ଼ା ଥାନା ରେଙ୍ଗାଲି ଗାଁର ଜଗନ ଭୁଏ ଓ ସୁନିଲ ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ, ରବିବାର ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ବୋଲି ବିଶେଶ ସୁତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗ ଧୁମାଭଟା ଛକରେ ଏକ ମଟରସାଇକେଲ ଉପରେ ଚଢାଉ କାରଥିଲା । ଚଢ଼ାଉରେ ୮ କେଜି ଗଞ୍ଜେଇ ଓ ଏକ ମଟରସାଇକେଲ ସହ ୨ ଜଣଙ୍କୁ ଗିରଫ କରିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୨ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.