
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ୧୭ ବର୍ଷ ପରେ ମୁରିବାହାଲ ଥାନା ପୁଲିସକୁ ବଡଉଡାର ଗ୍ରାମ ନିକଟସ୍ଥ ବାଞ୍ଜିପଦର ଗ୍ରାମରେ ହୋଇଥିବା ଏକ ପୁରୁଣା ଗଣ୍ଡଗୋଳ ମାମଲାରେ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ବାଞ୍ଜିପଦର ଗ୍ରାମର ସ୍ୱର୍ଗତ ବାଉରା ଭୋଇଙ୍କ ପୁଅ ଲମ୍ବୋଦର ଭୋଇ(୩୯) ଓରଫ ଗୁଲୁ ୨୦୦୭ ମସିହାର ଗ୍ରାମର ଏକ ପୁରୁଣା ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିଲେ । ତାଙ୍କ ବିରୁଦ୍ଧରେ ସେତେବେଳର ସିନ୍ଧେକେଲା ଥାନା ଜିଆର୍ଏସ୍ସି ନଂ ୪୬/୨୦୦୭ ଦଫା ୩୪୧/୩୨୩/୩୦୭ଆଇପିସିରେ ମାମଲା ରୁଜ୍ଜୁ ହୋଇ ପୁଲିସ ତଦନ୍ତ ଜାରି ରଖିଥିଲା । ପୁଲିସ୍ ତାଙ୍କୁ ଗିରଫ କରି ଆଣି ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।