୧୫ବର୍ଷ ପରେ ଚଳକୀରୁ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସକୁ ଚଳକୀ ଅଞ୍ଚଳର ଦୀର୍ଘ ୧୫ବର୍ଷ ତଳର ଏକ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୁକ୍ତ ପୁରୁଣା ୱାରେଣ୍ଟି ତରୁଣ ଦେବଗୁରୁ(୩୫)ଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଏହି ଥାନା ଚଳକୀ ପଞ୍ଚାୟତ ଖୁଜେନପାଲି ଗ୍ରାମର ଜଣେ ଯୁବତୀଙ୍କୁ ଗ୍ରାମର ଆନନ୍ଦ ଦେବଗୁରୁଙ୍କ ପୁଅ ତରୁଣ ଦେବଗୁରୁ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ କରିଵାରୁ ଯୁବତୀଜଣଙ୍କ ଗର୍ଭବତୀ ହୋଇଥିଲେ । ବିବାହ କରିବାକୁ ଯୁବତୀ କହିବାରୁ ତରୁଣ ଏହାକୁ ପ୍ରତ୍ୟାଖ୍ୟାନ କରି ଘରୁ ଫେରାର ହୋଇଯାଇଥିଲା । ଯୁବତୀ ଏ ସମ୍ପର୍କରେ ସେତେବେଳର ଟିକ୍ରାପଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଏସ୍‌ସି ନଂ ୧୧୫/୨୦୦୯ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା । ମୁରିବାହାଲ ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ତରୁଣ ଟିଟିଲାଗଡ ଥାନା ମାଖନପଲା ଅଞ୍ଚଳରେ ରହୁଥିବା ଜାଣିପାରିଥିଲା । ଅଭିଯୁକ୍ତ ତରୁଣଙ୍କୁ ଗିରଫ କରି ଅଧିକ ତଦନ୍ତ ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ପୁଲିସ ୧୫ବର୍ଷ ତଳର ଏକ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ମାମଲାର ଫେରାର ପୁରୁଣା ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ସହ ଜେଲ୍ ପଠାଇଥିବାରୁ ଏହି ଘଟଣାଟିର ପର୍ଦ୍ଧାଫାଶ ହୋଇ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.