ଦୀର୍ଘ ୧୬ ବର୍ଷ ପରେ ଘଣ୍ଟବାହାଲରୁ ଜଣେ ପୁରୁଣା ୱାରେଣ୍ଟୀ ଗିରଫ : କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମର ଜଣେ ପୁରୁଣା ୱାରେଣ୍ଟୀଙ୍କୁ ପୁଲିସ ଦୀର୍ଘ ୧୬ ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ଘଣ୍ଟବାହାଲ ଗ୍ରାମର ବାରୁ ଓରଫ ଈଶ୍ୱର ନାଏକଙ୍କ ପୁଅ ଗଣେଶ ନାଏକ(୩୬) ୨୦୦୮ ମସିହାର ଏକ ପୁରୁଣା ମାମଲା ଜିଆର କେଶ୍‌ ନଂ ୨୬୭/୨୦୦୮ରେ ଅଭିଯୁକ୍ତ ଥାଇ ସେହିଦିନ ଠାରୁ ଫେରାର୍‌ ହୋଇ ଯାଇଥିଲେ । ସେ ଗ୍ରାମରେ ନରହି ବାହାରେ ରହୁଥିବା ବେଳେ ମାମଲାରେ ଜଣେ ଅଭିଯୁକ୍ତ ଥିଲେ । ପୁଲିସ ସେହି ଦିନଠାରୁ ଅଭିଯୁକ୍ତର ସନ୍ଧାନ ପାଇଁ ତଦନ୍ତ ଜାରି ରଖିଥିଲା । ଶେଷରେ ଦୀର୍ଘ ୧୬ ବର୍ଷ ପରେ ଫେରାର୍‌ ଅଭିଯୁକ୍ତ ଗଣେଶଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.