ରାଜ୍ୟ ରାଜପଥରେ ଟ୍ରକ୍‌ ଅଟକାଇ ଲୁଟ୍‌ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ୍‌କୁ ଅଟକାଇ ଲୁଟ୍‌ କରୁଥିବାବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି । ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ ଜଣେ ବ୍ୟକ୍ତି ନିଜ ଟ୍ରକ୍‌ ନଂ. ଓଡି-୦୨-ଇ-୬୩୨୨ରେ ପ୍ଲାଷ୍ଟିକ ଧରି ବାଲିଗୁଡ଼ା ଦେଇ ଢେଙ୍କାନାଳ ଯାଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଜଣେ ଅଜଣା ବ୍ୟକ୍ତି ଓଡି-୧୨-ଏଫ- ୭୦୪୮ ନଂ ମଟର ସାଇକେଲ ଯୋଗେ ପିଛା କରି କ.ନୂଆଗାଁ ଥାନା ଅଞ୍ଚଳର ପାଇବର ସାହି ନିକଟରେ ଜୋର୍‌ ଜବର୍‌ଦସ୍ତ ଗାଡ଼ିକୁ ଅଟକାଇ ଥିଲା । ପରେ ତାଙ୍କ ଠାରୁ ମୋବାଇଲ ଓ ପର୍ସ ଛଡାଇ ନେଇଥିବା ସହ ଫୋନ୍‌ ପେକୁ ମଧ୍ୟ ୫ ହଜାର ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା । ଏହାକୁ ନେଇ ରତ୍ନାକର କ.ନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତ କରି କ.ନୂଆଗାଁ ପୋଲିସ ଥାନା କେସଂ ନଂ ୧୩୬/୨୪, ଧାରା ୩୦୯ (୬) ବିଏନ୍‌ଏସ୍‌ ମାମଲା ରୁଜୁ କରିବା ସହିତ ଅନୁସନ୍ଧାନ କରି ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ତାଠାରୁ ଉକ୍ତ ବାଇକ୍‌, ମୋବଇଲ୍‌, ପର୍ସ ଓ ନଗଦ ୫ ହଜାର ଟଙ୍କା ଜବତ କରି ଦୁର୍ବୃତ୍ତ ସାରଙ୍ଗଗଡ଼ ଥାନା ଅଞ୍ଚଳ ଦାସିଗୁଡ଼ାର ବସନ୍ଧ ବେହେରା (୪୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କ.ନୂଆଗାଁ ଥାନା ଅଧିକାରୀ ପି. ସ୍ୱରୂପ କିଷାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.