ସିରଜ୍ ଚୋରୀ ଘଟଣାର ପର୍ଦ୍ଦାଫାଶ : ୭ ଗିରଫ

ଯାଜପୁର : ଯାଜପୁର ଟାଉନ୍ ପୋଲିସର ବଡ଼ ସଫଳତା । ସହରରେ ସିରଜ୍ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ । ବିଭିନ୍ନ ଚୋରୀ ଘଟଣାରେ ୬ ଜଣ ଚୋର ଏବଂ ଜଣେ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ସେମାନଙ୍କ ନିକଟରୁ ୪ ଲକ୍ଷ ନଗଦ ଟଙ୍କା ସହିତ ବିଭିନ୍ନ ମାରଣାସ୍ତ୍ର ଓ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ । ଯାଜପୁର ଟାଉନ୍‌ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ବିଗତ ଦିନରେ ଟାଉନ ଥାନାର ବୈଦ୍ୟରାଜ ନଗର ଓ ଲଳିତେଶ୍ୱର ନଗର ପ୍ରଭୃତି ଅଞ୍ଚଳରୁ ଲଗାତାର ଅନେକ ଗୁଡ଼ିଏ ଚୋରି ହେଉଥିଲା । ଉକ୍ତ ଅଭିଯୋଗ ଆଧାରରେ ଟାଉନ୍ ଥାନା ଅଧିକାରୀ ଶରତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍‌ ଯାଜପୁର ଏସ୍‌ପି ଓ ଏସ୍‌ଡିପିଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଜାରି ରଖିଥିଲା । ତଦନ୍ତ ପରେ ୬ ଜଣ ଚୋର ଏବଂ ଜଣେ ସହଯୋଗୀ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.