୫୮ ଲିଟର ଦେଶୀ ମଦ ଜବତ : ୬ ଗିରଫ

ବାଲିଗୁଡ଼ା : ଅବକାରୀ ବିଭାଗର ଧରପଗଡ଼ । ୫୮ ଲିଟର ବେଆଇନ ଚୋରା ଦେଶୀ ମଦ ଜବତ । ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚିକିଟି ମଦ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ଅବକାରୀ ବିଭାଗ । କନ୍ଧମାଳ ଅବକାରୀ ଅଧୀକ୍ଷକ ଯୋଷକେତନ ବାରିହାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ ଓ ବାଲିଗୁଡ଼ା ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ୫୮ ଲିଟର ବେଆଇନ ଚୋରା ଦେଶୀ ମଦ ଜବତ କରିଛି । ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମହସିଙ୍ଗ ଗୋଛପଡ଼ା କଟାରୀସାହି ନୂଆସାହି ଅଞ୍ଚଳରୁ ଚଢ଼ାଉ କରି ୫୮ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.