oum

୩୪ କେଜି ଗଞ୍ଜେଇ ସହ କାର୍‌ ଜବତ : ଜଣେ ଗିରଫ

jsm

ବ୍ୟାସନଗର : ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଗୋପବନ୍ଧୁ ଛକ ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରାଯାଇ ୩୪ କେଜି ଗଞ୍ଜେଇ ସହ ଏକ କାର୍‌ ଜବତ କରାଯାଇଛି । ଜବତ କାର୍‌ ନମ୍ବର ଓଡି୩୩ଏଲ୍‌୯୦୩୦ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜୟପୁର ଗ୍ରାମର ତାରିଣୀ ମଲ୍ଲିକ (୩୫) । ଢେଙ୍କାନାଳରୁ କାର୍‌ ଯୋଗେ ବ୍ୟାସନଗରକୁ ଗଞ୍ଜେଇ ଚାଲାଣ ହେଉଥିଲା । ଗାଡ଼ିକୁ ଯାଞ୍ଚ କରିବାରୁ ଦୁଇଟି ବସ୍ତାରେ ଗଞ୍ଜେଇ ଦେଖିବାକୁ ମିଳିଥିଲା ବୋଲି ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.