om academy

ଇଚ୍ଛାପଡ଼ାରେ ଯୁବକଙ୍କ କାନ କାମୁଡି ସମ୍ପୂର୍ଣ୍ଣ ଛିଣ୍ଡାଇଦେଲା ନିଶାଖୋର ଯୁବକ : ଗିରଫ ହୋଇ ଜେଲ ଗଲେ

jsm
  • ଇଚ୍ଛାପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ଅପମିଶ୍ରିତ ନିଶା କାରବାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନିଶାଖୋର୍ ଯୁବକ ସାମାନ୍ୟ କଥାକୁ ନେଇ ଅନ୍ୟ ଜଣେ ଯୁବକଙ୍କ କାନକୁ ସମ୍ପୂର୍ଣ୍ଣ କାମୁଡି ଛିଣ୍ଡାଇଦେବା ଭଳି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଇଚ୍ଛାପଡ଼ା ଗ୍ରାମର ସଚ୍ଚିନ ବିଶିଙ୍କ ଘରେ ଏକ ପାରିବାରିକ ଉତ୍ସବ ଅନୁଷ୍ଠିତ ହେଉଥିଲା । ଏଠାକୁ ନିମନ୍ତ୍ରଣ ପାଇ ପାଟଣାଗଡ ଥାନା ଭଏଁସା ଗ୍ରାମର ପିଣ୍ଟୁ ଶବର(୧୯)ନାମକ ଜଣେ ଯୁବକ ଆସିଥିଲେ । ସେ ଅତ୍ୟଧିକ ନିଶା ସେବନ କରିଥିବା ଜଣାପଡିଛି । ଏହି ଉତ୍ସବର ଭୋଜି ଖାଇବା ବେଳକୁ ପିଣ୍ଟୁ କାହା ସହ ଗଣ୍ଡଗୋଳ କରି ପଥର ଆଦି ମାରୁଥିଲା । ଏହାକୁ ସେଠାରେ ଟେଣ୍ଟ ଲଗାଇଥିବା ସନ୍ଧିବାହାଲି ଗ୍ରାମର ବିଶ୍ୱାମିତ୍ର ମେହେର(୩୨) ମନା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପିଣ୍ଟୁ ବିଶ୍ୱାମିତ୍ରଙ୍କ ସହ ଗଣ୍ଡଗୋଳ କରି ତାଙ୍କର ଏକ କାନକୁ କାମୁଡି ସମ୍ପୂର୍ଣ୍ଣ ଛିଣ୍ଡାଇ ଦେଇଥିଲା । ଫଳରେ କାନ ଛିଣ୍ଡି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କର ମେଡ଼ିକାଲରେ ଚିକିତ୍ସା କରିବା ପରେ ସେ ଛିଣ୍ଡା କାନକୁ ଧରି ଥାନାକୁ ଆସି ଏତଲା ଦେଇଥିଲେ । ଇଚ୍ଛାପଡା ଗ୍ରାମ ତଥା ଏହି ଅଞ୍ଚଳରେ ବହୁଳ ମାତ୍ରାରେ ଅପମିଶ୍ରିତ କଫସିରଫ ଓ କୋରେକ୍ସ ଆଦି ଅବାଧରେ ବିକ୍ରି ଚାଲିଥିବାରୁ ଏହା ଖାଇ ନିଶାଖୋର ଯୁବକମାନେ ହିତାହିତ ଜ୍ଞାନ ଭୁଲି ଗୁରୁତର ଅପରାଧ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏନେଇ ଥାନା କେସ ନଂ ୨୦୭/୨୪ ରୁଜ୍ଜୁ କରି ଏସ୍‌ଆଇ ପ୍ରମୋଦ କୁମାର ପଧାନ ଘଟଣାର ତଦନ୍ତ କରୁଥିଲେ । ଅଭିଯୁକ୍ତ ପିଣ୍ଟୁ ଶବରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.