lika

ଦେଶୀଲରେ ଭାଇବୋହୁଙ୍କୁ ଦେଢ଼ଶୁରଙ୍କ ଛୁରାମାଡ ଘଟଣା : ଅଭିଯୁକ୍ତ ଦେଢ଼ଶୁର ଗିରଫ, କୋର୍ଟ ଚାଲାଣ

gbag

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମରେ ଭାଇବୋହୂଙ୍କୁ ଦେଢ଼ଶୁର ଛୁରାମାଡ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଦେଢ଼ଶୁର ଶଶିକାନ୍ତ ଟାକ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦେଶୀଲ ଗ୍ରାମର ପାର୍ଥବ ଟାକ୍ରୀଙ୍କ ସ୍ତ୍ରୀ କେତକୀ ଟାକ୍ରୀ (୪୫) ମୁରିବାହାଲ ଥାନାରେ ଦେଇଥିବା ଏତଲା ଆଧାରରେ ଶୁକ୍ରବାର ସନ୍ଧ୍ୟାରେ ସେ ଘରେ ଥିବା ବେଳେ ତାଙ୍କ ଦେଢ଼ଶୁର ଶଶିକାନ୍ତ ଟାକ୍ରୀ ପ୍ରଚୁର ମଦ୍ୟପାନ କରି ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକଚମକ ଦେଇଥିଲା । ସେ ପାଖକୁ ଆସି ଧରିଥିବା ଏକ ଛୁରୀରେ କେତକୀଙ୍କ ହାତ ପାପୁଲିରେ ମାରିଥିଲା । ଫଳରେ ପାପୁଲିରେ ଆଘାତ ପାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହି ସମୟରେ ତାଙ୍କ ପୁତୁରା ଟଙ୍କଧର ଟାକ୍ରୀ ଆସି ତାଙ୍କୁ ଉଦ୍ଧାର କରିଥିଲେ । ସେ ତାଙ୍କୁ ଜୀବନରୁ ମାରିଦେବା ସହ ବାଟେଘାଟେ ଚଳାଇ ଦେବି ନାହିଁ ବୋଲି ସେ ଧମକ ଦେଇଥିବା କେତକୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନାରେ କେସ ନଂ ୨୦୩/୨୪ରୁଜ୍ଜୁ କରାଯାଇ ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ଘଟଣାର ତଦନ୍ତ କରୁଥିଲେ । ଅଧିକ ତଦନ୍ତ କରି ଅଭିଯୁକ୍ତ ଦେଢ଼ଶୁର ଶଶିକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

babaa
Leave A Reply

Your email address will not be published.