om academy

ପାଇକମାଲ ପୋଲିସ ଦ୍ୱାରା କଫ ସିରଫ ଜବତ : ଆସାମୀକୁ ଗିରଫ କରି କୋଟ ଚାଲାଣ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଞ୍ଚଳରେ ରବିବାର ବିପୁଳ ପରିମାଣରେ ପାଇକମାଲ ପୋଲିସ ଜବତ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୌଣସି ବିଶ୍ୱସ୍ତ ସୂତ୍ରରୁ ପାଇକମାଲ ପୋଲିସ ଖବର ପାଇବା ପରେ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ନିର୍ଦ୍ଦେଶ କ୍ରମେ ଏ. ଏସ୍‌. ଆଇ. ଭଗତ ସିଂ ମାଝୀ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା । ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ଆଡୁ ଆସୁଥିବା ଏକ ଲାଲ ରଙ୍ଗର ହୋଣ୍ଡା ଇମେଜ୍‌ କାର୍‌ ନମ୍ବର ଓଡି୦୨ସିଏଚ୍‌୩୪୭୩କୁ ଗୋଇବାହାଲି ଛକରେ କାବୁ କରି ଧରିବାରେ ସକ୍ଷମ ହୋଇଥିଲେ । ଗାଡି ଯାଞ୍ଚ ସମୟରେ ଗାଡ଼ିରୁ ନଅ ପେଟି କଫ ସିରଫ ଥିବା ଦେଖି ପାଇକମାଲ ଥାନାକୁ ଆଣିଥିଲା ପାଇକମାଲ ପୋଲିସ । ପାଇକମାଲ ଥାନାରେ କେଶ ନଂ ୧୪୮/୨୪ ତା ୨୩/୦୬/୨୦୨୪ ଧାରା ୨୭୪, ୨୭୫, ୩୪ଆଇପିସି ଆର୍‌/ଡବ୍ଲୁ ୨୧(ସି) ଏନ୍‌ଡିପିଏସ୍‌ ଏସିଟି ଅନୁଯାୟୀ ମାମଲା ରୁଜୁ କରାଯାଇ ଆସାମୀ ସୋହେଲାର ସାହୁ, ଟିକରା ଝୁନା, ଓରଫ ଯୋଗେଶ୍ୱର ପ୍ରଧାନ ଓ ଗୋଇବାହାଲି ଗ୍ରାମର ଦୀନେଶ ସାହୁଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୩୪୯ ବୋତଲ ଏସ୍‌କଫ ସିରଫ, ଦୁଇ ଗୋଟି ଦାମୀ ଓ କାର୍‌ ଜବତ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଗିରଫ ଉଭୟ ଯୁବକ ଦୁଇ ଜଣ ଇଂରାଜୀରେ ଏମ୍‌ ଫିଲ କରିଥିବା ବେଳେ ଅନ୍ୟ ଜଣେ ସିଭିଲ ଇଞ୍ଜିନିଅର ପାଠ ପଢିଥିବା ଜଣାପଡିଛି ।

Leave A Reply

Your email address will not be published.