ପଦ୍ମପୁର : ନିର୍ବାଚନ ସମୟରେ ନିଶା କାରବାର ଉପରେ ଚଢାଉ କଲା ପଦ୍ମପୁର ପୋଲିସ । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ପଦ୍ମପୁର ଅଂଚଳରେ ବିଭିନ୍ନ ସ୍ଥାନରେ ନାକା କରି ଯାଞ୍ଚ କରିବା ସହ ଲଗାତାର ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରଖିଛି । ପଦ୍ମପୁର ଅଂଚଳକୁ ନିଶା ଔଷଧ ଆସୁଥିବା ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୂଷଣ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗାଇସିଲାଟ୍ ରାସ୍ତାରେ ଛକି ରହିଥିଲେ । ଗୋଟିଏ ବାଇକ୍ରେ ପଦ୍ମପୁର ସହର ନେହରୁଗଳିର ରାକେଶ ନାଏକ ଆଣୁଥିବା ସମୟରେ ତାକୁ ପୋଲିସ କାବୁ କରିଥିଲା । ରାକେଶ ଠାରୁ ପୋଲିସ ୧୪୦୦ ଗୋଟି ନିଶା ଇଂଜେକ୍ସନ, ୧୦୦୦ ଗୋଟି ନିଶା ଟାବ୍ଲେଟ୍, ୫୨ ଗୋଟି କଫ ସିରପ୍ ଜବତ କରିଛି । ଅଧିକ ତଦନ୍ତ ପରେ ପୋଲିସ ତାର ତିନି ସହେଯାଗୀ ଗାଇସିଲାଟ୍ ଥାନାର ମଲମୁଣ୍ଡା ଗ୍ରାମର ରତ୍ର ବେହେରା, ତାଳପାଲିର ମନୋଜ ବାଜପେୟୀ ଏବଂ ଝାରବନ୍ଧ ଥାନାର ହେମନ୍ତ ହଂସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।

Next Post