୩ ଦେଶୀ ବନ୍ଧୁକ ସହ ୩ ଗିରଫ୍

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାଙ୍ଗସୋରଡ଼ା ଫାଣ୍ଡି ଅଧିନସ୍ଥ ବାଙ୍ଗରୋଡା ବ୍ରିଜ୍ ନିକଟରେ ତିନିଜଣ ଲାଇସେନ୍ସ ନଥିବା ୩ ଦେଶୀ ବନ୍ଧୁକ ଧରି ଶିକାର କରୁଥିବା ସମୟରେ ମୁନିଗୁଡ଼ା ପୋଲିସ ଚଢ଼ାଉ କରି ଗିରଫ୍ କରିଥିବା ଜଣାପଡିଛି । ଗିରଫ ହୋଇଥିବା ତିନିଜଣ ବ୍ୟକ୍ତି ହେଲେ ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ା ଫାଣ୍ଡି ଅନ୍ତର୍ଗତ ଟୁରିଗୁଡା ପଞ୍ଚାୟତ ରାମାଣା, ଗ୍ରାମର ଗୋବିନ୍ଦ କିନାଡି (୨୫), ଜିତୁ ପାକି (୨୩), ଚକ୍ରଧର ପାକି (୪୫) । ଏହି ତିନିଜଣଙ୍କୁ ମୁନିଗୁଡ଼ା ପୋଲିସ ଗିରଫ କରିବା ସହ ତିନୋଟି ଲାଇସେନ୍ସ ନଥିବା ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଥିବା ମୁନିଗୁଡ଼ା ଆଇଆଇସି କେଶବ ଶରଙ୍ଗି ପ୍ରେସରିଲିଜ୍ କରି ସୂଚନା ଦେଇଛନ୍ତି । ଏସ୍‌ଆଇ ମନୋରଞ୍ଜନ ବିଶ୍ଵାଳ ଓ କନେଷ୍ଟବଳ ଗିରିପଲକିଆ, କନେଷ୍ଟବଳ ବେଣୁଧର ପଣ୍ଡା ପ୍ରମୁଖ ଉକ୍ତ ଘଟଣାର ସୂଚନା ପାଇ ଶିକାର କରୁଥିବା ସମୟରେ ପହଁଚି ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.