oom

ଘୁଚାପାଲିରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଶୁକଦେବ ମହାନନ୍ଦ ଓ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିକୁ ବିଦାୟ ଦେବା ସହ ନୂତନ ଭାବେ ଗଠିତ ହୋଇଥିବା କମିଟିକୁ ସ୍ୱାଗତ କରାଯାଇଥିଲା । ଉକ୍ତ ସଭାରେ ଶିକ୍ଷକ ନେତା ମହାଦେବ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଏବିଇଓ ପ୍ରେମାନନ୍ଦ ବାରିକ, ସମ୍ମାନିତ ଅତିଥି ଭାବେ ନିରଞ୍ଜନ ହରିଜନ, ଦୟାନିଧି କୈବର୍ତ୍ତ, ପ୍ରତିମା ଭୋଇ, କେଦାରନାଥ ରାଉତ, ଦାମୋଦର କନ୍ଧ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ସଭାରେ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ଗ୍ରାମ ତରଫରୁ ସମ୍ମାନିତ କରା ଯାଇଥିଲା । ବିଦାୟ ଶିକ୍ଷକ ଶୁକଦେବ ମହାନନ୍ଦଙ୍କୁ ଗ୍ରାମବାସୀ ତରଫରୁ ବିପୁଳ ପରିମାଣରେ ସମ୍ୱର୍ଦ୍ଧନା ସହ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀ ମହାନନ୍ଦ ଏହି ଅବସରରେ ମୋ ସ୍କୁଲ ଅଭିଯାନ ପାଇଁ ୧୦ ହଜାର ଟଙ୍କା ଅନୁଦାନ ଘୋଷଣା କରିବା ସହ ବିଦ୍ୟାଳୟ ଖୋଲିବା ସମୟରେ ଶିକ୍ଷାଦାନ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ହୀରାଲାଲ ପଟେଲ, ସନ୍ତୋଷ ପଟେଲ, ଗୁଣମଣି ପଟେଲ, ଅନିରୁଦ୍ଧ କଲେତ, ଗୋକୁଳାନନ୍ଦ କଲେତ, ଧନିରାମ କଳାରି, ଟିକେଲାଲ କଳାରି, ଅନୁଗ୍ରହ କଳାରି, କିଶୋର ପଟେଲ, ନବୀନ ଧଆଁରିଆ, ମଞରି ପଟେଲ, ସୁର୍ଯ୍ୟକାନ୍ତି ପଟେଲ, ନୁରା ପାଣ୍ତେ, ଦୁତିଆ କଲାରି, ନୀଳମଣି କଲାରି, ଜଗଦୀଶ କଲେତ, କେଶ ବିଭାର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଭାସ୍କର ଲୁହାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.