ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ବଡ଼ବଜାରର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ନିକଟରେ ଥିବା ଶାସ୍ତ୍ରୀ ନଗରର ଏସ. ରୁନା ଅଚାରୀ ନାମଙ୍କ ଜଣ ବ୍ୟକ୍ତିଙ୍କୁ ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତିମାନଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ରୁନା ନିଜ ଘରେ ଥିବା ସମୟେ କିଛି ବ୍ୟକ୍ତି ଘରେ ପଶି ତାଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଛି । ପୋଲିସ ଅପରାଧୀଙ୍କ ଅନୁସନ୍ଧାନ ଜାରୀ ରଖିଛି । ଏ ଯାବତ୍ କେହି ଗିରଫ ହୋଇନଥିବା କୁହାଯାଇଛି । ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସପି ଡ଼ଃ.ଶ୍ରାବଣା ବିବେକ ଏମ୍. ଅଧିକା ତଦନ୍ତ ଆରମ୍ଭ କରିଛନ୍ତି ।

Next Post