
ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପା ଘରୁ ବିଦାୟ ନେଲେ ମାଁ ସାଆନ୍ତାଣି, ଭୋରୁ ଭୋରୁ ପହଞ୍ଚିଲେ ଶାଶୁ ଘରେ, ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡିଲେ ଶ୍ରଦ୍ଧାଳୁ । ୨୫ ଦିନ ଧରି ଚାଲିଥିଲା ମାଁଙ୍କ ଯାତ୍ରା। ମାଁଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ । ମାଆଙ୍କ ସହ ସହସ୍ରାଧିକ ମାନସିକ ଘଟଧାରୀ ଭ୍ରମଣ କରିଥିଲେ । ବାଜା ବାଜଣା, ଢୋଲ ନାଦରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ହଜାର ହଜାର ଭକ୍ତଙ୍କ ଗହଣରେ ମାଆ ନେଲେ ବିଦାୟ । ରାତି ପ୍ରାୟ ୧ଟା ୨୦ ମିନିଟରେ ମାଆ ବାପା ଘରୁ ବିଦାୟ ନେଇଥିଲେ । ଅସ୍ଥାୟୀ ପୀଠରୁ ଅସ୍ଥାୟୀ ଘଟରେ ଧାରଣ କରିଥିବା ମାଆ ବାହାରିଥିଲେ ଶାଶୁ ଘର ଅଭିମୁଖେ । ଶ୍ରଦ୍ଧାଳୁ ମାନେ ଭାବ ବିହ୍ଵଳ ହୋଇପଡ଼ିଥିଲେ ।