oom

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି । ପବିତ୍ର ରଥଯାତ୍ରା ପୁରୀ ଜିଲ୍ଲାର ସର୍ବବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୁସ୍ୱଜିତ ରଥରେ ଘଂଟଘଂଟା, କାହାଳୀ, ଶଙ୍ଖ, ମୃଦଙ୍ଗ, ବାଜା, ନଦିଆ ସଂକୀର୍ତ୍ତନ ଆଦି ବାଦ୍ୟ ଧ୍ୱନି ମଧ୍ୟରେ ପହଣ୍ଡି ହୋଇ ରଥାରୁଢ କରାଯାଇଥିଲା । ସେଠାରେ ମନ୍ଦିର ପୂଜକ, ପୁରୋହିତ ଏବଂ ସେବାୟତ ମାନେ ନୀତିକାନ୍ତି ଅନୁଯାୟୀ ଛେରାପଂହାର ଓ ପୂଜାର୍ଚ୍ଚନା ପରେ ରଥ ଟଣା ଯାଇ ଗ୍ରାମ ପରିକ୍ରମା କରିଥିଲେ, ଗ୍ରାମଦାଣ୍ଡରେ ରଥଟଣା ଯାଇ ଶ୍ରୀ ରାଧାମୋହନ ଦେବ ମଠସ୍ଥିତ କଳ୍ପିତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ପହଞ୍ଚିଥିଲେ । ସମଗ୍ର ଅଚଂଳରେ ଭକ୍ତ, ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମଧ୍ୟରେ ଆନନ୍ଦ, ଉତ୍ସାହ ସହ ଆଧ୍ୟତ୍ମିକ ପରିବେଶ ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ ରଥଯାତ୍ରା କମିଟିର ଅଧକ୍ଷ ବିଜୟ କୁମାର ମିଶ୍ରଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ରଥଯାତ୍ରା ପରିଚାଳନା ହୋଇଥିବା ବେଳେ, ଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ ଆର୍ଟିଷ୍ଟ ଜୀବନ ପଣ୍ଡା ରଥରେ ଛେରାପହଁରା କରୁଥିବା ଦେଖିବାକୁ ମିଳିଥିଲା । ବରିଷ୍ଠ ସେବାୟତ ବାସୁଦେବ ମିଶ୍ର, ରାମଚନ୍ଦ୍ର ଦାଶ, ମଦନ ମିଶ୍ର, ବିରେନ ମିଶ୍ର, ବିକ୍ରମ କେଶରୀ ମିଶ୍ର, ସୁନିଲ ମିଶ୍ର, ରାମଚନ୍ଦ୍ର ମିଶ୍ର, ମନୋଜ ମିଶ୍ର ଏବଂ କଲ୍ୟାଣୀ ମିଶ୍ର ଏଥିରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ଅମିତ କୁମାର ପଣ୍ଡା, ନାରାୟଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ରଥ ନିର୍ମାଣ ରେ ପୀତବାସ ମହାରଣା, ସୁବାଷ ମହାରଣା, ବଗୁଲା ମହାରଣା, ବିରାଟ ଧାଉଡ଼ିଆ, ସନ୍ତୋଷ ମହାରଣା ପ୍ରମୁଖ ସହଯୋଗୀ ଥିଲେ । ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମର ସହସ୍ରାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ପକ୍ଷ୍ୟରୁ ପୋଲିସ୍‌ ମୁତୟନ କରାଯାଇଥିଲା । ବିଦ୍ୟୁତ ଅଘଟଣରୁ ସୁରକ୍ଷା ପାଇଁ ଡେଲାଙ୍ଗ ବିଦ୍ୟୁତ ବିଭାଗ ଅଧିକାରୀ ଓ ଷ୍ଟାପ ଉପସ୍ଥିତ ରହିଥିଲେ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଯୋରକଣୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅକ୍ଷୟ ପରିଡାଙ୍କ ତତ୍ୱାବଧନରେ ରଥଯାତ୍ରା ପରିଚାଳନା ହୋଇଥିବା ବେଳେ ଶିକ୍ଷାବିତ୍‌ ରମେଶ ଚନ୍ଦ୍ର ସ୍ୱାଇଁ ସୁନ୍ଦର ଭାବେ ରଥଯାତ୍ରା ଓ ଶ୍ରୀଜିଉଙ୍କ ଉପରେ ଧାରାବିବରଣୀ ପ୍ରଦାନ କାରିଥିଲେ । ସେହିପରି ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ, ଡେଲାଙ୍ଗ-ବ୍ରହ୍ମଗିରି ସଡକ, ପିପିଲି-ଡେଲାଙ୍ଗ ସଡକରେ ଶିଶୁମାନେ ଶତାଧିକ ଛୋଟଛୋଟ ରଥରେ ଚତୁର୍ଦ୍ଧାମୂତ୍ତିଙ୍କୁ ଆସୀନ କରାଇ ରଥ ଟାଣିବା ଦେଖାଯାଇଥିଲା ବେଳେ ବିଭିନ୍ନ ଗାଁ ଦାଣ୍ଡରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ଅଚଂଳବାସୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.