centurian jitm

ସିବିଏସ୍‌ଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓମ ଭ୍ୟାଲି ସ୍କୁଲର ସଫଳତା : ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୋଲାରସିପ୍‌ ଘୋଷଣା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମଧ୍ୟ ବହୁତ ଭଲ ମାର୍କ ରଖିଛନ୍ତି । ଶୁକ୍ରବାର ସକାଳେ ସ୍ଥାନୀୟ ଓମ ଭ୍ୟାଲି ଜୁନିଅର ୱିଂସ ଠାରେ ସ୍କୁଲ ଚିଫ୍‌ ଏଡଭାଇଜର ଡ. ରୋବିନ ଚନ୍ଦ୍ର ପରିମାଣିକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୁନିଅର ୱିଙ୍ଗସ କୋର୍ଡିନେଟର ଶ୍ରୀମତୀ ନିଶି ବେରି ମଧ୍ୟ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ସସ୍ମିତା ଦଳେଇ । ପ୍ରଥମେ ସମସ୍ତ କୃତି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ମିଠା ଖୁଆଇ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପିତାମାତା ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ମେନେଜମେଣ୍ଟକୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଚଳିତ ବର୍ଷ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୬.୬୬ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି ଜି. ବି. ବିକାଶ ରଞ୍ଜନ ମଙ୍ଗରାଜ, ହୁସେନ କୁମାର ସାହୁ ୯୬.୪ ପ୍ରତିଶତ ରଖିଛନ୍ତି । ସେହିପରି ଦ୍ଵାଦଶ ବିଜ୍ଞାନ ବୋର୍ଡ ପରୀକ୍ଷାରେ ହିମାଂଶୁ ବେହେରା ୮୯ ପ୍ରତିଶତ ମାର୍କ ରଖିଥିବା ବେଳେ ଦ୍ଵାଦଶ ବାଣିଜ୍ୟ ପରୀକ୍ଷାରେ ୯୧.୬ ପ୍ରତିଶତ ମାର୍କ ରଖି ଅଂଶୁମାନ ମହାନ୍ତି, ଦ୍ଵାଦଶ କଳା ପରୀକ୍ଷାରେ ପ୍ରତିଭା ତାଣ୍ଡି ୮୫.୪ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି । ଏହା ସହ ଚଳିତ ବର୍ଷ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ହେଲେ ପ୍ରାଞ୍ଜଳ ଜୈନ, ସୋହନ କୁମାର ଦାସ, ସାହିଲ ସାହୁ, ପ୍ରଶାନ୍ତ ଖୁଣ୍ଟିଆ, ଆକାଶ ଟୁଡୁ । ସେହିପରି ୮୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ହେଲେ ଗରିମା ଅଗ୍ରୱାଲ, ଅର୍ପିତ ପଟ୍ଟନାୟକ, ସ୍ଵୟମ ସ୍ୱରୂପ ଗରିଆ, ପଲକ ଜୈନ, ସନ୍ଧ୍ୟାରାଣୀ ବାମିଡି, ଅଙ୍କିତ ବଗର୍ତ୍ତି, କମଲେସ ବେହେରା । ସ୍କୁଲ ମ୍ୟାନେଜମେଣ୍ଟ ତରଫରୁ ସହର ତଥା ଜିଲ୍ଲା, ରାଜ୍ୟ, ରାଜ୍ୟ ବାହାର ମେଧାବୀ ଛାତ୍ର ଛତ୍ରୀଙ୍କ ମାନଙ୍କ ପାଇଁ ଚଳିତ ବର୍ଷ ସ୍କୋଲାରସିପ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଯେଉଁମାନେ ଓମ ଭ୍ୟାଲି ସ୍କୁଲରେ ପାଠ ପଢିବାକୁ ଇଚ୍ଛୁକ ତଥା ତାଙ୍କର ଦଶମ ବୋର୍ଡ ପରୀକ୍ଷାରେ ୯୬ ପ୍ରତିଶତରୁ ଅଧିକ ମାର୍କ ଅକ୍ତିଆର କରିଥିବେ ସେମାନଙ୍କୁ ୧୦୦ ପ୍ରତିଶତ, ୯୦-୯୫ ପ୍ରତିଶତ ମାର୍କ ରଖିଥିଲେ ୭୫ ପ୍ରତିଶତ, ୮୦-୮୯ ପ୍ରତିଶତ ମାର୍କ ରଖିଥିଲେ ୫୦ ପ୍ରତିଶତ ସ୍କୋଲାରସିପ ରୂପେ ଫିସ ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି ଚିଫ୍ ଏଡଭାଇଜର ଡ. ପାରମାଣିକ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.