ls

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରାଯାଉ

sb

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ୨ କୋଟି ଜନସାଧାରଣଙ୍କ ଭାଷା, ସଂସ୍କୃତି, ପରମ୍ପରାର ବାର୍ତାବହ ପର୍ବ ହେଉଛି ନୂଆଁଖାଇ । ଏହାକୁ ପଶ୍ଚିମ ଓଡ଼ିଶାର ଗଣପର୍ବ କୁହାଯାଏ । ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଦେବଗଡ଼, ବୌଦ୍ଧ ସମେତ ଛତିଶଗଡ଼ର କିଛି ଅଞ୍ଚଲରେ ମଧ୍ୟ ପାଳନ ହୁଏ ଏହି ପର୍ବ । ଏହା ଏକ କୃଷିଭିତ୍ତିକ ପର୍ବ ଭାବେ ଆଦୃତି ଲାଭ କରିଛି । କିନ୍ତୁ ରାଜ୍ୟ ସରକାର ପଶ୍ଚିମାଞ୍ଚଳର ପରମ୍ପରା ପ୍ରତି ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହେଉଛି । ନୂଆଁଖାଇ ଦିନ ଯୁକ୍ତ ୩ ନାମ ଲେଖାକୁ ନେଇ ଏବେ ତେଜୁଛି ଜନ ଅସନ୍ତୋଷ । ଆଜି ଏନେଇ କୋସଲ ରାଜ୍ୟ ସମନ୍ନୟ ସମିତି ପାଟଣାଗଡ଼ ତରଫରୁ ଉପଜିଲ୍ଲାପାଲଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ନୂଆଁଖାଇ ପର୍ବ ପାଇଁ ୩ ଦିନର ସରକାରୀ ଛୁଟି ଘୋଷଣା କରାଯାଉ, ଯୁକ୍ତ ୩ ନାମଲେଖାକୁ ୩ ଦିନ ପର୍ଯ୍ୟନ୍ତ ଘୁଞ୍ଚେଇ ଦିଆଯାଉ । ତା ସହିତ ଏବର୍ଷ ପଶ୍ଚିମାଞ୍ଚଳରେ ମରୁଡ଼ି ସମସ୍ୟା ଦେଖାଯାଇଥିବାରୁ ପ୍ରତ୍ୟେକ ଚାଷୀ ଓ ଶ୍ରମିକ ପରିବାର ପ୍ରତି ୫୦୦୦ ଟଙ୍କା ଲେଖା ମରୁଡ଼ି ସହାୟତା ଦିଆଯାଉ । ଆଜି ଦାବୀପତ୍ର ପ୍ରଦାନ ସମୟରେ ରାଜ୍ୟ ସାଧାରଣ ସମ୍ପାଦକ ଅତ୍ୟୁତ ଖମାରୀ, ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ଗିରିରାଜ ଭୋଇ ସହିତ ଲଲିତ ମୋହନ ବୁଡ଼େକ, ଦୈତାରୀ ମଲ୍ଲିକ, ପୁର୍ବତନ ସମିତି ସଭ୍ୟ ବି.ଜେ.ପି ନେତା କୃଷ୍ନଚନ୍ଦ୍ର ରାଉତ, କୃତିବାସ ବୁଡ଼େକ, କୃଷ୍ଣ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.