ପୁଷ୍‌ପୁନିକୁ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରାଯାଉ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜାନୁଆରୀ ୨୫ ତାରିଖରେ ସାରା କୋଶଲାଞ୍ଚଳରେ ପୁଷ୍‌ପୁନି ତିହାର ପାଳିତ ହେବ । ପୁଷକପୁନି ପର୍ବଟି କୋଶଲାଞ୍ଚଳର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ଅଟେ । ତେଣୁ କୋଶଲାଞ୍ଚଳର ଦୁଇ କୋଟି ଅଧିବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏଇ ଦିନଟିକୁ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରନ୍ତୁ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । ଏଠାରେ ଉଲ୍ଲଖଯୋଗ୍ୟ ଯେ ରଜ ଦୋଳ ଭଳି ଉପକୂଳ ଓଡ଼ିଶାର ପର୍ବପର୍ବାଣୀକୁ ରାଜ୍ୟସ୍ତରୀୟ ଛୁଟି ବୋଲି ଘୋଷଣା କରୁଥିବା ବେଳେ ପୁଷ୍‌ପୁନିରେ ଛୁଟି ଘୋଷଣା କରାଯାଉ ନାହିଁ । ତେଣୁ ଏଭଳି ସାଂସ୍କୃତିକ ଆଞ୍ଚଳିକ ବୈଷମ୍ୟ ଜନିତ ପଦକ୍ଷେପ ବିରୁଦ୍ଧରେ କୋଶଲାଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କୋଶଲବାସୀ ଓ କୋଶଲାଞ୍ଚଳର ନିର୍ବାଚିତ ରାଜନେତା ତଥା ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସଂଗଠନମାନେ ସମ୍ମିଳିତ ଭାବରେ ଏହାର ପ୍ରତିକ୍ରିୟା କରନ୍ତୁ ବୋଲି ମଧ୍ୟ ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.