oom

ପବିତ୍ର ମହାଶିବରାତ୍ରି ପର୍ବ ପାଳନ ପାଇଁ ଉପ-ଜିଲ୍ଲାପାଳଙ୍କ ଜରୁରୀ ଘୋଷଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ପର୍ବ ପାଳନ ପାଇଁ ଉପ-ଜିଲ୍ଲାପାଳ ଜରୁରୀ ଘୋଷଣା କରିଛନ୍ତି । ବଲାଙ୍ଗିର ସହର ସମେତ ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଶିବ ମନ୍ଦିର କମିଟି ସଦସ୍ୟ, ପୃଷ୍ଠପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣାରେ କୁହାଯାଇଛି ଯେ, ଚଳିତ ବର୍ଷ (୨୦୨୧) ପବିତ୍ର ମହାଶିବରାତ୍ରି ପର୍ବ ପାଳନ ମହାମାରୀ କରୋନା ସଂକ୍ରମଣ ମୁକାବିଲା ପାଇଁ ଜାରି ରହିଥିବା କଟକଣା ହେତୁ ତଥା ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନିରାଡମ୍ବରଯୁକ୍ତ ବିନା ଭକ୍ତ ଜନସମାବେଶରେ କେବଳ ବିଧିରକ୍ଷା ପୂର୍ବକ ମନ୍ଦିର ପରିସରରେ ଅନୁମତି ପ୍ରାପ୍ତ ମନ୍ଦିର ସେବାୟତମାନେ (୭ଜଣ), ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରି ଯଥା ରୀତିନୀତି ଅନୁଯାୟୀ ଶିବରାତ୍ରି ପୂଜା ସଂପନ୍ନ କରିବେ । ତେଣୁ ସମସ୍ତ ଜନସାଧାରଣ ଏବଂ ଶ୍ରଦ୍ଧାଳୁବୃନ୍ଦଙ୍କୁ ଅନୁରୋଧ କରାଯାଇଛି ଯେ, ଆସନ୍ତା ତା୧୧/୦୩/୨୦୨୧ରିଖ ପବିତ୍ର ମହାଶିବରାତ୍ରି ଦିନ ଅଯଥା ଶିବାଳୟ ଗୁଡ଼ିକରେ ଭିଡ଼ ନ କରି ନିଜ ନିଜ ଘରେ ନିଜ ପରିବାର ସହିତ ଏହି ପର୍ବ ପାଳନ କରିବେ । ତେବେ ସହର ଓ ଉପଖଣ୍ଡର ଜନସାଧାରଣ ଏ ଦିଗରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.