ବଲାଙ୍ଗିର ସଦର ବ୍ଲକ ଅଫିସ ଘେରିଲେ କଅଗାଁବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଗ୍ରାମ ପଂଚାୟତର କଅଗାଁବାସୀ ବଲାଙ୍ଗିର ସଦର ବ୍ଲକ ଅଫିସ ଘେରିଛନ୍ତି । ଘେରାଉରେ ସାମିଲ ଥିବା କଅଗାଁବାସୀଙ୍କ କହିବାନୁସାରେ ମିର୍ଦ୍ଧାପାଲି ଗ୍ରାମ ପଂଚାୟତ ୪ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଏହି ପଂଚାୟତର କେବଳ ୧ନଂ ୱାର୍ଡର ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁମୋଦିତ ହୋଇଛି । ତେବେ ଏହି ଗ୍ରାମ ପଂଚାୟତ ଅନ୍ତର୍ଗତ ସମସ୍ତ ୱାର୍ଡକୁ ଏଥିରେ ସାମିଲ କରାଯିବାକୁୁ ଦାବୀ ଜଣାଇଛନ୍ତି କଅଗାଁବାସୀ । ଏହି ଘେରାଉରେ ଭିଲେଜର୍ସ ଇଣ୍ଡିଆ ପାର୍ଟିର ବିପିନ କୁଶୁଲିଆ ମଧ୍ୟ ଉପସ୍ଥିତ ଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.