oom

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ତଥା ବଲାଙ୍ଗିର ଜିଲ୍ଲାରେ ଅପରାଧ ଏବେ ଚରମ ସୀମା ଡେଇଁଛି । ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଏଠି ପ୍ରତ୍ୟେକ ଦିନରେ ଦେଖିବାକୁ ମିଳୁଛି । ତେବେ ଏହି ବଢୁଥିବା ଅପରାଧକୁ ନେଇ ସାରା ରାଜ୍ୟବାସୀ ତଥା ଜିଲ୍ଲାବାସୀ ଭୟରେ ଥରୁଥିବା ବେଳେ ବଢୁଥିବା ଅପରାଧର ନିୟନ୍ତ୍ରଣ ପାଇଁ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବୀରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସାଂସଦ ସଂଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଅନନ୍ତ ଦାସ, ପଙ୍କଜିନୀ ପଣ୍ଡା, ଭାରତୀ ମହାନନ୍ଦ, ଦୀନେଶ ଶର୍ମା, ପ୍ରଭାସ ପାଣିଗ୍ରାହୀ, ଅମିତ ସିଂ ନିନା, ପିତାମ୍ବର ଖମାରୀ, ଶିବଦତ୍ତ ମିଶ୍ର, ରଞ୍ଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀ, ବନଶ୍ରୀ ଆଚାର୍ଯ୍ୟ, ଅନିମା ଦାସ, ସସ୍ମିତା ବେହେରା, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ସୁଷମା ବେହେରା, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ, ବାଳକୃଷ୍ଣ ଧାରୁଆ, ମାଧବ ସାଏ, ରାକେଶ ମିଶ୍ର, ମହେନ୍ଦ୍ର ସିଂ ଠାକୁର, ନରସିଙ୍ଗ ସିଙ୍ଗ, ମୁକେଶ ଜୈନ, ଲଖଣ ବାଗ, ଅଜୟ ଶର୍ମା, ଅକ୍ଷୟ ରଣା, ନବୀନ ଜୈନ, ରାଜକିଶୋର ନାୟକ, ଅନିଲ ପାଣିଗ୍ରାହୀ, ଉମେଶ ପଟେଲ, ଅମରଜିତ ପଟେଲ, ଶଶୀ ସାହୁ, ଭୁତନାଥ ନାଏକ, ଗୌରାଙ୍ଗ ନାଏକ, ଦୀନବନ୍ଧୁ ବେହେରା, ଲେକରୁ ତ୍ରିପାଠୀ, ଗୁଣନିଧି ପଟେଲ, ଅନିଲ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ, ବିଭାସ ଘଡ଼ାଇ, ପ୍ରେମିତ ନାଗ, କୁନା ମୁଣ୍ଡା, ଶିଶୁପାଳ ସାହୁ, ଚିନ୍ତା ମହାକୁର, ଅଜିତ ପଣ୍ଡା, ମୁନେସ ରଥ, ଦ୍ୱିତିକୃଷ୍ଣ ସେଲମା, ଦାମ ସୁନା, ପ୍ରଶାନ୍ତ ଦାସ, ଅନିଲ ନାୟକ, ଆଲୋକ ନାୟକ ପ୍ରମଖଙ୍କ ସହ ଅନେକ ବିଜେପି ନେତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.