oum

ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣାକୁ ନେଇ ବିଜେପି ପକ୍ଷରୁ ବିଏମସି ଅଫିସ ଘେରାଉ

jsm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣାକୁ ନେଇ ବିଏମସି ଅଫିସକୁ ଘେରାଉ କରିଛି ବିଜେପି । ବିଜେପି ଦଳୀୟ କର୍ମୀମାନେ ବିଏମସିକୁ ଦାୟୀ କରି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଲାଗି ରହିଛି । ରାଜଧାନୀରେ ଡ୍ରେନ୍ ଗୁଡିକ ମୁକୁଳା ପଡ଼ିବା ନେଇ ବିଏମସିର ବେପାରୁଆ ମନୋଭାବକୁ ଦାୟୀ କରିଛି ବିଜେପି । ଅନ୍ୟପଟେ ବିଜେପିର ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଖଣ୍ଡଗିରି ଥାନରେ ବିଏମସି କମିଶନରଙ୍କ ବିରୋଧରେ ଏତଲା ଦେଇଛି ।

Leave A Reply

Your email address will not be published.