oom

ବିଭିନ୍ନ ଦାବୀ ନେଇ କଂଗ୍ରେସର ଲୋଇସିଂହା ବ୍ଲକ ଘେରାଉ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ସରକାର ସମୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ପ୍ରତି ବ୍ଲକରେ ଉନ୍ନୟନ କାମରେ ପିସି କାରବାର ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଆବାସ ଯୋଜନାରେ ଦୁର୍ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ସମେତ ରାଜ୍ୟ ସରକାରଙ୍କ ବହୁବିଧ ଦୁର୍ନୀତିର ପ୍ରତିବାଦ ପାଇଁ କଂଗ୍ରେସ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ କୁମାର ବେହେରା, ଟାଉନ ସଭାପତି ବୁଲୁ ଦାନୀ, ବ୍ଲକ ସରପଞ୍ଚ ସଂଘ ସଭାପତି ସଂଜୟ ଗଡତ୍ୟା, କଂଗ୍ରେସ ନେତା ଅଶୋକ ବେହେରା, ସୋମନାଥ ପଟେଲ, ଶିବକୁମାର ଅଗ୍ରୱାଲ, ଭାଗବତିଆ ନାଏକ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର ପୂର୍ବକ ଉଦ୍‌ବୋଧନ ଦେଇଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ୯ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.