ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ପାଚିକା ସହାୟିକାମାନେ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି । ତେବେ ଏମାନଙ୍କ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ କିମ୍ବା ସାମାଜିକ ସୁରକ୍ଷାର ବ୍ୟବସ୍ଥା ହୋଇନଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ପାଚିକା ସହାୟିକା ସଂଘର ସଦସ୍ୟମାନଙ୍କୁ ଏଯାଏଁ ପାଉଣା ମିଳିନାହିଁ । ତେବେ ଏହାକୁ ନେଇ ସରକାରଙ୍କ ନିକଟରେ ବହୁବାର କହିଲେ ମଧ୍ୟ ସରାକାର ଶୁଣୁ ନାହାନ୍ତି । ଏଥିପାଇଁ ଆଜି ବାଧ୍ୟ ହୋଇ ଜିଲ୍ଲାର ସମସ୍ତ ବ୍ଲକର ପାଚିକା ସହାୟିକା ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ବୋଲି ସଂଘର ପାଟଣାଗଡ ବ୍ଲକର ସଭାନେତ୍ରୀ ବଲ୍ଲଭୀ ସିଂ କହିଛନ୍ତି । ପରେ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ମଧ୍ୟ ସଂଘ ତରଫରୁ ପ୍ରଦାନ କରାଯାଇଥିଲା ଓ ଆଗାମୀ ଦିନରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନକଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!