ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଂଗଠନ ତରଫରୁ ଆଜି ଉପଜିଲ୍ଲାପାଳଙ୍କ କାର୍ୟାଳୟ ଘେରାଉ କରାଯାଇଛି। ଉପଜିଲ୍ଲାପାଳଙ୍କ ଚୁକ୍ତି ମୁତାବକ ୧୦ ଦିନ ଭିତରେ ସମସ୍ତ ଧାନ ମଣ୍ଡିରୁ ଧାନ ଉଠିବା କଥା, କିନ୍ନ୍ତୁ ତଥାପି ଆଜି ଯାଏଁ ଧାନ ଉଠିଲା ନାହିଁ । ଯାହାଫଳରେ ଚାଷୀ ବାଧ୍ୟ ହୋଇ ଆଜି ଉପଜିଲ୍ଲାପାଳଙ୍କ କାର୍ୟାଳୟ ସମ୍ମୁଖରେ ଧାନ ବସ୍ତା ମାନ ଗଦା କରିଛନ୍ତି । ଆଜି ଯାଏଁ ପ୍ରାୟ ୭ ଲକ୍ଷ ବସ୍ତା ଧାନ ମଣ୍ଡି ଗୁଡ଼ିକରେ ଖତ ଖାଉଛି ଏବଂ ୫୦୦ ଚାଷୀଙ୍କ ଟୋକନ ଲେପ୍ସ୍ ହୋଇ ସାରିଲାଣି । ତଥାପି ସରକାରଙ୍କ ଆଖି ଖୋଲିନାହିଁ । ପ୍ରଶାସନ ପ୍ରତି ଚାଷୀଙ୍କ ଆସ୍ଥା ନ ଥିବାରୁ ଚାଷୀ ଆଜି ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଛନ୍ତି । ସରକାରଙ୍କ ନିର୍ଧାରିତ ମୂଲ୍ୟରେ ଧାନ ବିକ୍ରି କରି ଆର୍ଥିକ ଶୋଷଣର ଶିକାରରୁ ବଂଚିତ ହେବା ପାଇଁ ମଣ୍ଡିରେ ଧାନ ରଖିଥିଲେ । କିନ୍ତୁ ଅନେକାଂଶରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ କମ ମୂଲ୍ୟରେ ଦେବାକୁ ବାଧ୍ୟ ହେଉଛନ୍ତି । କେବେ ବିକ୍ରି ହେବ ତାର ସଠିକ ଖବର ମଧ୍ୟ ନାହିଁ । ଶେଷରେ ଚାଷୀ ଆଶାହରା ହୋଇ ବିକଳ୍ପ ସ୍ୱରୂପ ଆଜି ଉପଜିଲ୍ଲାପାଳଙ୍କ କାର୍ୟାଳୟ ଘେରାଉ କରିଛନ୍ତି ବୋଲି ସଂଗଠନ ତରଫରୁ କୁହାଯାଇଛି ।
Prev Post
Next Post